ସୁସ୍ଥ ହେଲେ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୋମବାର ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଗଂଜାମ ଜିଲ୍ଲାରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ୧୯ ଜଣ, କଟକ ୧୮ ଜଣ, ଭଦ୍ରକ ୧୪ ଜଣ, କେନ୍ଦୁଝର ୧୩ ଜଣ, ନୟାଗଡ଼ ୧୨ ଜଣ, ମୟୂରଭଂଜ ୧୦ ଜଣ, ଯାଜପୁର ୯ ଜଣ, ବାଲେଶ୍ୱର ୮ ଜଣ, କେନ୍ଦ୍ରାପଡ଼ା ୭ ଜଣ, ଅନୁଗୁଳ ୪ ଜଣ, ଢେଙ୍କାନାଳ ୩ ଜଣ, ବଲାଙ୍ଗୀର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।