ସୁସ୍ଥ ହେଲେ ୨୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ୍ ୬୨୨୪ଜଣ ଆରୋଗ୍ୟ ଲାଭ କରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ରବିବାର ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସୁସ୍ଥ ଗଞ୍ଜାମରୁ ସର୍ବାଧିକ ୯୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ ୫୬ ଜଣ ସୁସ୍ଥ ହୋଇଥିବା ବେଳେ ଝରସୁଗୁଡାରୁ ୩୩, କଟକରୁ ୧୬ ଓ ନବରଙ୍ଗପୁରରୁ ୧୬, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଧାରୁ ୧୦, ମୟୂରଭଞ୍ଜରୁ ୮, କେଉଁଝରରୁ ୬, ପୁରୀରୁ ୬ ଓ ଜଗତସିଂପୁରରୁ ୫ଜଣ ଆରୋଗ୍ୟ ହୋଇଛନ୍ତି। ଏହାଛଡା ନୟାଗଡରୁ ୩, ବରଗଡ ଓ କୋରାପୁଟରୁ ୨ ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।