ସୂଚନା କମିଶନରଙ୍କ କାର୍ଯ୍ୟକାଳ ହ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ମୁଖ୍ୟ ସୂଚନା କମିଶନର ଓ ସୂଚନା କମିଶନରଙ୍କ କାର୍ଯ୍ୟକାଳ ହ୍ରାସ କରିଛନ୍ତି। ୫ ବର୍ଷ ପରିବର୍ତ୍ତେ କାର୍ଯ୍ୟକାଳ ରହିବ ୩ ବର୍ଷ। ଏହାଛଡା ମୁଖ୍ୟ ସୂଚନା କମିଶନରଙ୍କୁ ଦିଆଯାଇଛି ସଚିବ ପାହ୍ୟା। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୦୦୫ ସୂଚନା ଅଧିକାର ଆଇନ ଅନୁଯାୟୀ ମୁଖ୍ୟ ସୂଚନା କମିଶନର ଓ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ ଥିବାବେଳେ ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ଏହି ଦୁଇ ସୂଚନା କମିଶନରଙ୍କ ଦରମା ସମାନ ଥିଲା। ଏବେ ସଂଶୋଧିତ ଆଇନ ଅନୁୟାୟୀ ଦରମା କମିବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ ଗତ ଜୁଲାଇରେ ସଂସଦର ଉଭୟ ସଦନରେ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଥିଲା। ଅଗଷ୍ଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଆଇନରେ ହସ୍ତାକ୍ଷର କରିଥିଲେ। ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍‌ରେ ଉଲ୍ଲେଖ ରହିଛି।

ମତାମତ ଦିଅନ୍ତୁ ।