ସ୍ୱାଗତ ବେଳେ ୟୁପି ବିଜେପି ଅଧ୍ୟକ୍ଷଙ୍କ ଆଙ୍ଗୁଠି କଟିଲା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଜାଫରନଗର ସର୍କୁଲାର ରୋଡରେ ଏକ ସ୍ୱାଗତ ସମାୟାରେ ଅଘଟଣ ଘଟିଛି। ଧସ୍ତାଧସ୍ତିରେ କ୍ତିଛି ବିଜେପି ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହଙ୍କ ଡାହାଣ ହାତର କାଣି ଆଙ୍ଗୁଠି।

ସୂଚନା ଅନୁଯାୟୀ ଶ୍ରୀ ସିଂହ ମୁଜାଫରନଗର ସର୍କୁଲାର ରୋଡରେ ପହଁଚିକ୍ଷଣି କିଛି ମହିଳା କାର୍ଯ୍ୟକର୍ତ୍ତା ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଥିଲେ। ମହିଳାଙ୍କୁ ଦେଖି ସେ ଗାଡିରୁ ଓହ୍ଲାଉ ଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସର୍ଜରୀ ଚାଲିଛି। ଏନେଇ ମୁଖ୍ୟ କହିଛନ୍ତି ଶ୍ରୀ ସିଂହ ଡାହାଣ ହାତର କାଣି ଆଙ୍ଗୁଠିରେ କ୍ଷତି ହୋଇଥିବା ବେଳେ ଚିକିତ୍ସା ଚାଲିଛି। ଡିଏମ, ଏସପି ଓ ବରିଷ୍ଠ ନତାମାନେ ସେଠାରେ ଉପସ୍ଥିତ ଅଛନ୍ତି। 

ମତାମତ ଦିଅନ୍ତୁ ।