ସ୍ୱାମୀ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ଵର : ଶନିବାର ରାତିରେ ଚାନ୍ଦବାଲି ଅଞ୍ଚଳରେ ଘଟିଛି ଡକାଯତି। ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ୪ ଜଣ ଦୁର୍ବୃତ୍ତ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ୨୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିବା ଜଣାପଡିଛି। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ମୁହଁରେ କଳାକନା ପିନ୍ଧି ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରେ ପଶି ସ୍ଵାମୀ ଅରୁଣ କୁମାର ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପତ୍ନୀ ସୁଲତାଙ୍କୁ ଧମକ ଦେଇ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।