ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା କେବଳ ହଜମ ପ୍ରକ୍ରିୟରେ ସାହାଯ୍ୟ କରେ ତାହା ନୁହେଁ, ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ପ୍ରତିଦିନ ଅମୃତଭଣ୍ଡା ଖାଇଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିପାରିବ।

ପାଚିଲା ଅମୃତଭଣ୍ଡା ପେଟକୁ ସଫା ରଖିବ। ଆଖି ପାଇଁ ଲାଭଦାୟକ ଅଟେ। ପ୍ରାୟ ୧୦୦ ଗ୍ରାମ ପାଚିଲା ଅମୃତଭଣ୍ଡାରେ ୪୩ ଗ୍ରାମ କ୍ୟାଲୋରୀ ଥାଏ । ପାଚିଲା ଅମୃତଭଣ୍ଡାରେ ଫାଇବର, ପୋଟାସିୟମ୍ ଓ ଭିଟାମିନ୍ ଭରପୂର ମାତ୍ରାରେ ରହିଛି। ଯାହାଫଳରେ ହୃଦ୍ ରୋଗର ଆଶଙ୍କା ହ୍ରାସ କରିଥାଏ। ପାଚିଲା ଅମୃତଭଣ୍ଡା ଖାଇବା ଆର୍ଥ୍ରାଇଟିସରେ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିମାନେ ପ୍ରତିଦିନର ଖାଦ୍ୟରେ ପାଚିଲା ଅମୃତଭଣ୍ଡା ସାମିଲ କରିବା ଉଚିତ୍।

Leave a Reply

Your email address will not be published. Required fields are marked *

Back to top button