ସ୍ୱାସ୍ଥ୍ୟ ବିଭାଗ ଦେବ ଜନ୍ମ ମୃତ୍ୟୁ ସାର୍ଟିଫିକେଟ୍‌

ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରୁ ସ୍ୱାସ୍ଥ୍ୟ ବିଭାଗକୁ ଜନ୍ମ ଆଉ ମୃତ୍ୟୁର ଇ-ପଞ୍ଜିକରଣ ଦାୟିତ୍ୱ। ହସ୍ପିଟାଲରେ ଥିବା ହେଲ୍‌ପ ଡେସ୍କକୁ ସ୍ୱାସ୍ଥ୍ୟ ମିତ୍ର / ଏସ୍‌ଏଚ୍‌ଜି ଗ୍ରୁପଙ୍କ ଦ୍ୱାରା ପରିଚାଳନା କରିବାକୁ ମାର୍ଗଦର୍ଶିକା ପ୍ରସ୍ତୁତ କରି ମିଶନ ଶକ୍ତି ନିର୍ଦ୍ଦେଶକଙ୍କୁ ପଠାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବାପାଇଁ ଗୋପବନ୍ଧୁ ପୁରସ୍କାର ଦିଆଯିବ। ଏ ସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଟି’ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରୁ ଜଣାପଡିଛି, ଇ-ପଞ୍ଜିକରଣ ଲାଗି ଟିସିଏସ୍‌କୁ ବିସ୍ତୃତ ଯେଜାନା ପ୍ରସ୍ତୁତ ସହିତ ଇ-ମ୍ୟୁନିସିପାଲିଟି ସଫ୍ଟୱେର ଦେବା ପାଇଁ କୁହାଯାଇଛିା ଏହି ପଞ୍ଜିକରଣ ପାଇଁ ୧୦୬ ଭିଏସ୍‌ କ୍ଲର୍କକୁ ନିଯୁକ୍ତି ଦିଆଯିବ। ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ସମ୍ପର୍କରେ ଅନୁଧ୍ୟାନ ପାଇଁ ନୂତନ ଏସ୍‌ଓପି ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଅଧିକ ୮୪ ଟି ୧୦୮ ଆମ୍ବୁଲାନ୍ସ ଚଳାଇବାର ବ୍ୟବସ୍ଥା କରାଯାଇଛି।

ମତାମତ ଦିଅନ୍ତୁ ।