ହରିୟାଣା : ମନୋହର ଖଟ୍ଟର ଓ ଅନୀଲ ବିଜ୍‌ ଜିତିଲେ, ଅନ୍ୟ ସବୁମନ୍ତ୍ରୀ ହାରିଲେ

ନୂଆଦିଲ୍ଲୀ : ହରିୟାଣାରେ ବିଜେପିକୁ ଲାଗିଛି ଶକ୍ତ ଝଟକା। ବିଧାନସଭା ନିର୍ବାଚନ ଫଳାଫଳ ଭିନ୍ନ ସନ୍ଦେଶ ଦେଇଛି। କେବଳ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଖେଳମନ୍ତ୍ରୀ ଅନୀଲ ବିଜ୍‌ ବିଜୟୀ ହୋଇଥିବା ବେଳେ ଅନ୍ୟ ସବୁ ମନ୍ତ୍ରୀ ହାରିଛନ୍ତି। ହାରିବା ତାଲିକାରେ ରହିଛନ୍ତି ଅର୍ଥମନ୍ତ୍ରୀ କ୍ୟାପ୍ଟେନ ଅଭିମନ୍ୟୁ, ଶିକ୍ଷାମନ୍ତ୍ରୀ ରାମ ବିଳାଶ ଶର୍ମା, କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଓମ ପ୍ରକାଶ ଧନକଡ, ପରିବହନ ମନ୍ତ୍ରୀ କୃଷ୍ଣ ଲାଲ ପଂଓ୍ଵାର, ସଂସ୍କୃତି ମନ୍ତ୍ରୀ କବିତା ଜୈନ। ମନ୍ତ୍ରୀ ରାଓ ନରବିର ସିଂ ଓ ବିପୁଲ ଗୋଏଲଙ୍କୁ ଏଥର ଟିକେଟ ମିଳିନଥିଲା।

ଏହାଛଡା ବିଜେପି ପକ୍ଷରୁ ନିର୍ବାଚନ ଲଢିଥିବା ସେଲିବ୍ରିଟିଙ୍କ ମଧ୍ୟରୁ ଅଧିକାଂଶ ହାରିଛନ୍ତି। ମଧ୍ୟରେ ଅଛନ୍ତି ରେସଲର ଯୋଗେଶ୍ୱର ଦତ୍ତ, ବବିତା ଫୋଗଟ ଓ ଟିକଟକ ଷ୍ଟାର ସୋନାଲି ଫୋଗଟ ପରାଜିତ ହୋଇଥିବା ବେଳେ ଭାରତୀୟ ହକି ଦଳର ପୂର୍ବତନ ତାରକା ଖେଳାଳି ସଂଦୀପ ସିଂ ବିଜୟୀ ହୋଇଛନ୍ତି।

ମତାମତ ଦିଅନ୍ତୁ ।