ହ୍ୱାଇଟ୍‌ହାଉସ୍‌ରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ୱାଶିଂଟନ୍‌ର ହ୍ୱାଇଟ୍‌ହାଉସ୍‌ରେ ଦୀପାବଳି ପାଳିଛନ୍ତି। ନିଜେ ଦୀପ ଲଗାଇବାର ଭିଡିଓ ସେ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ଦୀପାବଳି ଆରମ୍ଭ ହୋଇଯାଇଛି। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓ ମୁଁ ଏହି ଆଲୋକ ଉତ୍ସବର ଅଭିନନ୍ଦନ ଜଣାଉଛୁ। ସମସ୍ତ ଆନନ୍ଦର ଏହି ଉତ୍ସବ ମନାନ୍ତୁ। ଦୀପବଳିର ଶୁଭେଚ୍ଛା।

ମତାମତ ଦିଅନ୍ତୁ ।