ହ୍ୱାଟସଆପରେ ଶିଶୁ ପର୍ଣ୍ଣଗ୍ରାଫି ପ୍ରସାର, ୭ ଜଣଙ୍କ ନାଁ’ରେ ସିବିଆଇର ମାମଲା ରୁଜୁ

ନୂଆଦିଲ୍ଲୀ : ଛୋଟ ପିଲାଙ୍କ ପର୍ଣ୍ଣଗ୍ରାଫି ବା ଅଶ୍ଲୀଳ ସିନେମା ହ୍ୱାଟସ୍‌ଆପରେ ପ୍ରସାର କରିବା ଘଟଣାରେ ସିବିଆଇ ୭ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସିବିଆଇର ଅନ୍ତରାଷ୍ଟ୍ରୀୟ ପୁଲିସ ସହଯୋଗ ପ୍ରକୋଷ୍ଠ ଚଳିତ ବର୍ଷ ଜାନୁଆରୀରେ ଜର୍ମାନ ଦୂତାବାସରୁ ଏକ କୂଟନୌତିକ ପତ୍ର ପାଇଥିଲା। ଏହାପରେ ମାମଲାର ଯାଞ୍ଚ କରାଯାଇ ଆଇଟି ଆକ୍ଟ ୬୭ ଅନୁସାରେ ଅପରାଧିକ ମାମଲା ରୁଜୁ ହୋଇଛି।

ମତାମତ ଦିଅନ୍ତୁ ।