ୟୁନିସେଫ୍‌ ରିପୋର୍ଟ: ପୃଥିବୀର ୮୦ କୋଟିଙ୍କୁ ଦୁଇବେଳା ଖାଇବାକୁ ମିଳୁନି

ନୂଆଦିଲ୍ଲୀ : ଖାଦ୍ୟ ଅଭାବରୁ ପୃଥିବୀର ୮୦ କୋଟି ଲୋକ ଭୋକିଲା ରହୁଛନ୍ତି। ସେମାନଙ୍କୁ ପ୍ରତିଦିନ ଦୁଇବେଳା ଖାଇବାକୁ ମିଳୁନି। ୟୁନିସେଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋରେଙ୍କ ଦ୍ୱାରା ‘ଷ୍ଟେଟ୍‌ ଅଫ୍‌ ଦି ୱାଲ୍ଡ୍‌ ଚିଲଡ୍ରେନ୍‌’ ଶୀର୍ଷକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ୫ ବର୍ଷରୁ କମ୍‌ ବୟସ୍କ ମୋଟ ୭୦ କୋଟି ଶିଶୁଙ୍କ ମଧ୍ୟରୁ ଏକ ତୃତୀୟାଶଂ କୁପୋଷଣ ଯୋଗୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି। ୧୯୯୯ରେ ପୃଥିବୀର ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୁପୋଷଣର ଶିକାର ହୋଇଥିବା ବେଳେ ୨୦୧୫ ବେଳକୁ ସ୍ଥିତିରେ ସୁଧାର ଆସିଥିବା କୁହାଯାଇଛି। ୧୪ କୋଟି ୯୦ ଲକ୍ଷ ୪ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ଶାରୀରିକ ବିକାଶ ବୟସ ଅନୁପାତରେ ହୋଇ ପାରି ନାହିଁ। ବିଭିନ୍ନ ଦେଶରେ ଲାଗି ରହିଥିବା ଗୃହଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ, ସାମ୍ପ୍ରଦାୟିକ ହିଂସା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।