୧୪ ଜିଲ୍ଲାର ଲୋକଙ୍କ ଉପରେ ରାଉରକେଲା ପ୍ରଶାସନର କଟକଣା

ରାଉରକେଲା : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି ବିଭିନ୍ନ ପଦକ୍ଷେପ। ସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବାପାଇଁ ଜିଲ୍ଲାପ୍ରଶାସନକୁ ଦିଆଯାଇଛି ଦାୟିତ୍ଵ। ଏହି କ୍ରମରେ ରାଉରକେଲା ପ୍ରଶାସନ ୧୪ଟି ଜିଲ୍ଲାର ଲୋକଙ୍କ ଉପରେ କଟକଣା ଲଗାଇଛି। ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ଵର, ବଲାଙ୍ଗୀର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ବରଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡା। ଏସବୁ ଜିଲ୍ଲାରୁ କେହି ରାଉରକେଲା ବିଜ୍ଞାପିତ ଅଞ୍ଚଳକୁ ଆସିଲେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବେ। ରାଉରକେଲା ପ୍ରଶାସନ ଏହି ନିୟମକୁ ବାଧ୍ୟତାମୂଳକ କରିଛି ।

ମତାମତ ଦିଅନ୍ତୁ ।