୧୫ରୁ ନୟାଗଡ଼-ଭୁବନେଶ୍ୱର ରେଳସେବା ଆରମ୍ଭ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି। କିନ୍ତୁ ଭୁବନେଶ୍ୱରରୁ ନୟାଗଡ଼କୁ ଚାଲିବ ‘ସେବା ସର୍ଭିିସ ଏକ୍ସପ୍ରେସ୍‌’। ଏହି ଟ୍ରେନ୍‌ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ ତରଫରୁ ଜଣାପଡ଼ିଛି। ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନରୁ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିବ ଏବଂ ରାତି ୯ଟାରେ ନୟାଗଡ଼ ପହଞ୍ଚିବ। ସେବା ସର୍ଭିସ ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ରେ ଅଟକିବ।

ମତାମତ ଦିଅନ୍ତୁ ।