୧୭୫୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର : ୬ଟି କମ୍ପାନୀର ମୋଟ ୧୭୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ଅନୁମୋଦନ କରିଛନ୍ତି। ଏହି ପୁଞ୍ଜିନିବେଶ ମାଧ୍ୟମରେ ରାଜ୍ୟରେ ଅତିରିକ୍ତ ୫୫୬୬ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଶନିବାର ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦୁଝରର ଉଲିବୁରିରେ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିଃର କାରଖାନା ସମ୍ପ୍ରସାରଣ , ଯାଜପୁରର କଳିଙ୍ଗନଗରଠାରେ ଇମ୍ଫାର ଫେରେକ୍ରୋମ ୟୁନିଟ୍ ସହ ୧୦ ମେଗାୱାଟର ଡବ୍ଲ୍ୟୁଏଚଆରବି ପାୱାର ପ୍ଲାଣ୍ଟ୍ ସ୍ଥାପନ, ଖୋର୍ଦ୍ଧାଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ଲିଃର ଗାର୍ମେଣ୍ଟ ମ୍ୟାନୁଫାକଚରିଂ ୟୁନିଟ୍, କଟକର ରାମଦାସପୁରଠାରେ ଜୟ ଭାରତ ସ୍ପାଇସେସ୍ ପ୍ରାଃ ଲିଃର ଆଳୁ ଚିପ୍ସ ଓ ଅନ୍ୟାନ୍ୟ ସ୍ନାକ୍ସ ପ୍ରସ୍ତୁତ ଓ ସେଞ୍ଚୁରୀ ବ୍ରାଣ୍ଡ ମାଟ୍ରେସ୍ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀ ମାଲିନୀ ଫୋମସ୍ ପ୍ରାଃ ଲିଃ ପକ୍ଷରୁ ଖୋର୍ଦ୍ଧାରେ ୟୁନିଟ୍ ସ୍ଥାପନ କରାଯିବ ଏବଂ ଯାଜପୁର କଳିଙ୍ଗନଗରର ବରଗାଡ଼ିଆଠାରେ ମେସର୍ସ ଦେଓ ରେସିଡେନ୍ସି ଆଣ୍ଡ ରିସୋର୍ଟ ଲିଃର ହୋଟେଲ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମତାମତ ଦିଅନ୍ତୁ ।