୨୮ରେ ବଜାରକୁ ଆସିବ ‘ରେନୋ’ର ନୂଆ କାର ‘ଟ୍ରିବର’

ନୂଆଦିଲ୍ଲୀ : ଫ୍ରାନ୍ସର ଗାଡି ନିର୍ମାତା କମ୍ପାନୀ ‘ରେନୋ’ ଖୁବ ଶୀଘ୍ର ନିଜର ନୂତନ ଉତ୍ପାଦ ‘ଟ୍ରିବର’ ବଜାରକୁ ପ୍ରବେଶ କରାଇବାକୁ ଯାଉଛି। କମ୍ପାନୀ ଅନଲାଇନରେ ଗାଡି ବୁକିଂ ପ୍ରକ୍ରିୟା ଆରମ୍ଭ କରି ଦେଇଥିବା ବେଳେ ଅଗଷ୍ଟ ୨୮ରେ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି କାରର ନୂତନ ସଂସ୍କରଣ ଗାଡି ପେଟ୍ରୋଲ ଦ୍ୱାରା ଚାଲିବ। ଉଭୟ ମାନୁଆଲ ଓ ଅଟୋମେଟିକ ଟ୍ରାନ୍ସମିଶନ ଗାଡ଼ି ବଜାରରେ ଉପଲବ୍ଧ ହେବ। ଏଥିରେ ୭ଟି ସିଟ ରହିଛି। ମୂଲ୍ୟ ୫ ରୁ ୭ ଲକ୍ଷ ଟଙ୍କା। କାରରେ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ ଲାଗିବ, ଯାହାକି ୭୨ପିଏ ପାୱର ଓ ୯୬ଏନଏମ ଟର୍କ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି। ୮ ଇଞ୍ଚର ଟଜ ସ୍କ୍ରିନ ଦିଆଯାଇଛି। ଏହି ଇନଫରମେଶନ ସିଷ୍ଟମ ଆପଲ କାର ପ୍ଲେ ଓ ଆଣ୍ଡରାଏଡ ଅଟୋକୁ ସପୋର୍ଟ କରିଥାଏ। ଏହି ଗାଡ଼ି ମାରୁତି ସୁଜୁକିର ସ୍ୱିଫ୍ଟ ଓ ଫୋର୍ଟ ଫିଗୋକୁ ମୁକାବିଲା କରିପାରିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।