୩ଟି ଜିଲ୍ଲା ହସ୍‌ପିଟାଲ୍‌ର ଭତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ୪ଟି ହସ୍‌ପିଟାଲର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଏସ୍‌ପିଙ୍କୁ ୧୦ଲକ୍ଷ ଟଙ୍କା ପ୍ରଦାନ ସହିତ ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରାୟାଣ ଗାଡ଼ି ଯୋଗାଇ ଦିଆଯିବ। ଏଥିସହିତ ରୋଗୀଙ୍କ ସହିତ ଆସୁଥିବା ସହଯୋଗୀଙ୍କ ପାଇଁ ବିଶ୍ରାମ ଗୃହ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଘର ଦିଆଯିବ। ଭତ୍ତିଭୂମିର ଯେଉଁ ଅଭାବ ରହିଛି ତାହ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଦୂର କରାଯିବ।

ରାଉରକେଲା ସରକାରୀ ହସ୍‌ପିଟାଲରେ ରୋଗୀ ବିଛଣା ସଂଖ୍ୟା ୪୦୦କୁ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀକଲ୍ୟାଣ ସମିତିକୁ ରୋଗୀଙ୍କ ମଙ୍ଗଳ ଓ ହସ୍‌ପିଟାଲଗୁଡ଼ିକର ନବୀକରଣ ପାଇଁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡା ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟରେ କେନ୍ଦୁଝର ହସ୍‌ପିଟାଲର ଭତ୍ତିଭୂମି ଅଭାବକୁ ଦୂର କରାଯିବ।

ସେହିପରି ମୟୁରଭଞ୍ଜ ହସ୍‌ପିଟାଲରେ ଭତ୍ତିଭୂମି ବିକାଶର ଅଭାବକୁ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟରେ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ରୋଗୀଙ୍କ ମଙ୍ଗଳ ଓ ଭତ୍ତିଭୂମି ପ୍ରସ୍ତର ପାଇଁ ପ୍ରଦାନ ସହିତ ମୟୁରଭଞ୍ଜ ଏସ୍‌ପିଙ୍କୁ ୧୦ଲକ୍ଷ ଟଙ୍କା ରକ୍ତଦାନ ଶିବିର କରିବା ନିମନ୍ତେ ଦିଆଯିବ।

ମତାମତ ଦିଅନ୍ତୁ ।