୪ଶହ ସୁନାମୁଦି ଉପହାର ଦେଇ ଚର୍ଚ୍ଚାରେ ଦକ୍ଷିଣ ଅଭିନେତା ବିଜୟ ଥାଲାପଥି

ନୂଆଦିଲ୍ଲୀ : ଫିଲ୍ମ ‘ବିଗିଲ’କୁ ନେଇ ଦକ୍ଷିଣଭାରତୀୟ ସୁପରଷ୍ଟାର ବିଜୟ ଥାଲାପଥି ଏବେ ଚର୍ଚ୍ଚାରେ। ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି। ସୁଟିଂ ଶେଷହେବା ପରେ ପୁରା କାଷ୍ଟକୁ ଫିଲ୍ମର ନାମ ଲେଖାଥିବା ଗୋଟିଏ ଲେଖାଏଁ ସୁନାମୁଦି ଉପହାରରେ ଦେଇଛନ୍ତି ବିଜୟ। ଏଥିପାଇଁ ସୁଟିଂ ଟିମ୍ ର ସଦସ୍ୟମାନେ ସୋସାଲ ମିଡିଆରେ ବିଜୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଫିଲ୍ମର କ୍ରିଏଟିଭ ପ୍ରଡ୍ୟୁସର ଅର୍ଚ୍ଚନା କଲପଥୀ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ‘ବିଗିଲ’ ପାଇଁ ୪ଶହ ଜଣିଆ ଟିମ୍ କାମ କରୁଛନ୍ତି। ଫିଲ୍ମର ସୁଟିଂ ଯେପରି ଶୀଘ୍ର ଶେଷ ହେବ ଓ ପର୍ଦ୍ଦାକୁ ଆସିବ ସେମାନେ ଦିନରାତି ଏକ କରିଦେଇଛନ୍ତି। ତେବେ ପୁରା ଟିମର ଏହି ଯୋଗଦାନକୁ ଥାଲାପଥି ଆହୁରି ଖାସ କରିଦେଇଛନ୍ତି। ତାଙ୍କର ସ୍ନେହ ସମସ୍ତଙ୍କ ଦିନ ବନେଇ ଦେଇଛି।

ବିଜୟଙ୍କ ଏହି ଫିଲ୍ମଟି ଆଗାମୀ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ। ଏଥିରେ ବିଜୟଙ୍କ ବିପକ୍ଷରେ ନୟନତାରା ଅଭିନୟ କରୁଥିବା ବେଳେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ ଓ ଶାହାରୁଖ ଖାନ ମଧ୍ୟ ପର୍ଦ୍ଦାରେ ଦେଖାଯିବେ। ଫିଲ୍ମରେ ଶାହରୁଖଙ୍କ ଅଭିନୟ ଖୁବ୍ ସ୍ୱଳ୍ପ। ତେବେ ସେ ଫିଲ୍ମର ମୁଖ୍ୟ ଖଳ ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିରେ ବିଜୟ ଉଭୟ ପିତା ଓ ପୁତ୍ର ଭୂମିକାରେ ଦେଖିବାକୁ ମିଳିବେ। ସୁଟିଂ ଟିମ୍ ର ସଦସ୍ୟମାନେ ଉପହାର ପାଇଁ ବେଶ ଖୁସ୍।

ମତାମତ ଦିଅନ୍ତୁ ।