୪ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ବାଲେଶ୍ଵର : ବସ୍ତା ପୋଲିସ ଆନ୍ତଃରାଜ୍ୟ ଚାରି ଚକିଆ ଯାନ ଡକାୟତ ଗ୍ୟାଙ୍ଗର ଚାରିଜଣଙ୍କୁ ଗିରଫ କରିଛି। ଖବର ଅନୁଯାୟୀ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ନିକଟରୁ ଏକ ଜାଇଲୋ କାର ଚୋରି ହୋଇଥିଲା। ଗାଡ଼ି ମାଲିକ ସୁଜିତ ସେନଙ୍କ ଅଭିଯୋଗ କ୍ରମେ ବସ୍ତା ପୋଲିସର ଏକ ଟିମ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢାଉ କରି ଝାଡ଼ଖଣ୍ଡ ଅଞ୍ଚଳରୁ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହି ଡକାୟତମାନେ ହେଲେ ବାଲେଶ୍ଵର ସଦରଥାନା ଅଞ୍ଚଳର ମନୋଜ କୁମାର ନାଏକ, ବାରିପଦା ଟାଉନଥାନା ଅଞ୍ଚଳର ସେକ ସଲିମ, ସେକ ସାହିଲ ଓ ଝାଡ଼ଖଣ୍ଡର ଘମରିଆ ଥାନା ଅଞ୍ଚଳର ଏମଡି ଇମତାଜ ଆଲାମ। ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।