୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ବାଳିକା ସ୍କୁଲରେ ଶିକ୍ଷାଦାନ ମନା

ନୂଆଦିଲ୍ଲୀ : ବାଳିକା ବିଦ୍ୟାଳୟରେ ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ଶିକ୍ଷାଦାନ କରିପାରିବେନି। ଏହି ସ୍କୁଲରେ କେବଳ ମହିଳା ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ। ଶିକ୍ଷକମାନେ ଅସଦାଚଣ କରୁଥିବାର ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର।

ସରକାରୀ ସ୍କୁଲରେ ବାଳିକାଙ୍କ ପ୍ରତି ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶୁକ୍ରବାର ଏହି ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା। ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ବିଜ୍ଞ ବ୍ୟକ୍ତିମାନେ ନାପସନ୍ଦ କରିଥିବା ବେଳେ କେତେକ କହିଛନ୍ତି ଏହା ପିଲାଣିଆମି। କିନ୍ତୁ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେତେବେଳେ ଆମ ପାଖରେ ଅଧିକ ସଂଖ୍ୟକ ମହିଳା ଶିକ୍ଷକ ହେବେ ସେତେବେଳେ ଏହି ନିୟମ ଲାଗୁ ହେବ।

ମତାମତ ଦିଅନ୍ତୁ ।