୬ଟି ବେସାମରିକ ବିମାନ ବନ୍ଦରରେ ଲଢ଼ୁଆ ବିମାନର ସମରାଭ୍ୟାସ

ନୂଆଦିଲ୍ଲୀ : ପୂର୍ବ ଭାରତର ୬ଟି ବେସାମରିକ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢ଼ୁଆ ବିମାନ ସୁଖୋଇ ସୁ-୩୦ ଏମ୍‌କେଆଇ ଓ ହକ୍‌ ଏମ୍‌କେ-୧୩୨ ଜେଟ୍‌ ଆଜି ନିଜର ଉଡ଼ାଣ ଅଭ୍ୟାସ କରିଛନ୍ତି। ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ନେତୃତ୍ୱରେ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ଲଢ଼ୁଆ ବିମାନ ଗୁଡିକ ବେସାମରିକ ବିମାନ ବନ୍ଦରରେ ଅବତରଣ କରିବା ସହ ସେଠାରୁ ଉଡ଼ାଣ ଭରିଥିଲେ। ପୂର୍ବ ଭାରତର ଦିମାପୁର (ଅରୁଣାଚଳ ପ୍ରଦେଶ), ପାସିଘାଟ (ଅରୁଣାଚଳ ପ୍ରଦେଶ), ଇମ୍ଫାଲ (ମଣିପୁର), ଗୌହାଟି (ଆସାମ), କୋଲକାତା (ପଶ୍ଚିମବଙ୍ଗ) ଓ ଅନ୍ଦାଲ (ପଶ୍ଚିମବଙ୍ଗ) ବେସାମରିକ ବିମାନ ବନ୍ଦର ଲଢ଼ୁଆ ଜେଟ୍‌ଗୁଡ଼ିକ ଅବତରଣ ଓ ଉଡ଼ାଣ ଅଭ୍ୟାସ କରଯାଇଥିଲା।

ମତାମତ ଦିଅନ୍ତୁ ।