୬ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡ଼ିଲେ

ଭୁବନେଶ୍ଵର : ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ କେନ୍ଦୁଝର ପୋଲିସ ହାତରେ ଧରାପଡିଛନ୍ତି ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀ।

ଖବର ଅନୁଯାୟୀ ତୁରୁମୁଙ୍ଗା ଥାନା ବାଉଁସୁଲି ଜଙ୍ଗଲରେ ଗତକାଲି ରାତିରେ ଏଇ ଅପରାଧୀ ମାନେ ଏକାଠି ହୋଇ କିଛି କରିବାକୁ ଯୋଜନା କରୁଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ୩ଟି ବନ୍ଧୁକ, ୭ଟି ଜୀବନ୍ତ ଗୁଳି, ଭୁଜାଲି, ଫାର୍ସା, ୧୬ଟି ମୋଟର ସାଇକେଲ ସହିତ ୬ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ଗୋବିନ୍ଦ ଗିରି, ମଣିକାର ନାୟକ, ରାହୁଲ ନାୟକ, ସୁକାନ୍ତ ପୃଷ୍ଟି, ଅମୂଲ୍ୟ ପାତ୍ର ଓ ବିଷ୍ଣୁ ସେନାପତି।

ପୋଲିସର କହିଛି ଝାରଖଣ୍ଡ ଅଞ୍ଚଳର ମାଣିକର ନାଏକ ଗିରଫ ଡକାୟତଙ୍କୁ ବନ୍ଧୁକ ଯୋଗାଉଥିବା ବେଳେ ସୁକାନ୍ତ ନାଏକ, ବିଷ୍ଣୁ ସେନାପତି, ଅମୂଲ୍ୟ ପାତ୍ର କେନ୍ଦୁଝରରେ ରହି ଟଙ୍କା ଆଣୁଥିବା ବ୍ୟକ୍ତିଙ୍କ ବିଷୟରେ ଖବର ଦେଉଥିଲେ। ଏହି ଡକାୟତମାନେ ପାଟଣା ଅଞ୍ଚଳରୁ ୧ଲକ୍ଷ ୯୩ ହଜାର ଟଙ୍କା, ତୁରୁମୁଙ୍ଗା ଥାନା ଡାବରଚୁଆ ଅଞ୍ଚଳରୁ ୯୨ ହଜାର ଟଙ୍କା, ଟାଉନ ଥାନା ଡିମ୍ବ ଗାଁ ନିକଟରେ ଏକ ସିମେଣ୍ଟ ବ୍ୟବସାୟୀଙ୍କଠାରୁ ୧୫ ହଜାର ଟଙ୍କା ଓ ଝାରଖଣ୍ଡ ମଝିଗାଁ ଅଞ୍ଚଳରୁ ୫୦ ହଜାର ଟଙ୍କା ଲୁଟ କରିଛନ୍ତି।

ମତାମତ ଦିଅନ୍ତୁ ।