୮୧ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କରିଛନ୍ତି ୨୪ ବର୍ଷର ଯୁବକ

ନୂଆଦିଲ୍ଲୀ: ୨୪ ବର୍ଷର ଯୁବକ ୮୧ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ବିବାହ କରିଛନ୍ତି। ୟୁକ୍ରେନରେ ଏହିଭଳି ଘଟିଥିବା ବେଳେ ଏହା ପଛରେ ରହିଥିବା କାରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ୟୁକ୍ରେନର ଯୁବକ ଆଲେକଜାଣ୍ଡର ନିଜଠାରୁ ୫୭ ବର୍ଷ ବଡ଼ ଦିବ୍ୟାଙ୍ଗ ବୃଦ୍ଧା ଜିନୈଦାଙ୍କୁ ବିବାହ କରିଛନ୍ତି। ମିଲିଟାରି ଟ୍ରେନିଂରେ ଯୋଗ ନଦେବା ଆଲେକଜାଣ୍ଡର ଏଭଳି କରିଥିବା ଦୁଇବର୍ଷ ପରେ ଜଣାପଡିଛି। ବିବାହ କରିବାର କାରଣ ହେଲା ସେଠାକାର ଆଇନ ଅନୁଯାୟୀ କୌଣସି ଦିବ୍ୟାଙ୍ଗ ପତ୍ନୀଙ୍କ ଭରଣପୋଷଣ ପାଇଁ ଦାୟୀ ଥିବା ସ୍ଵାମୀଙ୍କୁ ମିଲିଟାରି ଟ୍ରେନିଂରୁ ବାଦ ଦିଆଯିବ। ଆଲେକଜାଣ୍ଡର ଟ୍ରେନିଂ ନନେବା ପାଇଁ ଏଭଳି ଅଭିନବ କାମ କରିଛନ୍ତି। ତାଙ୍କୁ ୨୨ ବର୍ଷ ହୋଇଥିବା ବେଳେ ମିଲିଟାରି ଟ୍ରେନିଂ ପାଇଁ ଡାକରା ଆସିବାରୁ ସେ ସେହି ସମୟରେ ଭିନିସ୍ତା ସହରର ବେକୋଭ କାଠାରେ ଜିନୈଦାଙ୍କୁ ବିବାହ କରିଥିଲେ।

ସେଠାକାର ସରକାର ଏ ବିଷୟ ଜାଣିବା ପରେ ଆଲେକଜାଣ୍ଡରଙ୍କ ସଂପର୍କରେ ପୋଲିସ ତଦନ୍ତ ହେଲା। କିନ୍ତୁ ଜଣାପଡିଲା ଉଭୟେ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ତେଣୁ ଆଲେକଜାଣ୍ଡରଙ୍କୁ ମିଲିଟାରି ଟ୍ରେନିଂରୁ ବାଦ୍ ଦିଆଇଯାଇଛି।

ମତାମତ ଦିଅନ୍ତୁ ।