୧୦ କୋଟି ଠକେଇ : ମାଷ୍ଟରମାଇଣ୍ଡ ସହ ଭାବି ପତ୍ନୀ ଓ ଶାଳୀ ଗିରଫ

ଭୋପାଲ : ମଧ୍ୟପ୍ରଦେଶ ଭୋପାଲରେ ୧୦ ହଜାର ଲୋକଙ୍କୁ ଠକିଥିବା ଏକ ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାଶ କରିଛି। ଦିଲ୍ଲୀର ନୋଏଡାରେ କଲ ସେଣ୍ଟର ଓ ୱେବସାଇଟ କରି ଏହି ଗ୍ୟାଙ୍ଗ ୧୦ କୋଟି ଟଙ୍କା ଠକିଥିବା ଜଣାପଡିଛି। ଏହି ମାମଲାରେ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ସଦସ୍ୟ ଫେରାର ରହିଛି।

ଖବର ଅନୁଯାୟୀ ଏହି ଗ୍ୟାଙ୍ଗ କଲ ସେଣ୍ଟର ଓ ୱେବସାଇଟର ଭରସା ଦେଇ ଲୋକଙ୍କ ବିଶ୍ୱାସ ଜିତିବା ପରେ ଶସ୍ତାରେ ଋଣ ଦେବାକୁ କହି ଠକୁଥିଲେ। ଡେଭିଡ କୁମାର ଜାଟବ ଏହାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ। ଭାବିପତ୍ନୀ ମନୀଷା ଭଟ୍ଟ, ତାଙ୍କ ଭଉଣୀ ନେହା ଭଟ୍ଟ ଏବଂ କମଲ କଶ୍ୟପ ଠକେଇରେ ସାମିଲ ଥିଲେ। ଠକେଇ ପାଇଁ ଏହି ଗ୍ୟାଙ୍ଗ ନୋଏଡାରେ କଲ ସେଣ୍ଟର ଖୋଲିଥିଲା। ସେଠାରେ ୨୫-୩୦ ଯୁବତୀ କାମ କରୁଥିଲେ। ସେମାନଙ୍କର କାମଥିଲା ଲୋକଙ୍କୁ ଫୋନ୍ କରି କମ୍ ସୁଧରେ ଋଣ ଦେବାକୁ ଲୋଭ ଦେଖାଇବା। ଯେଉଁମାନଙ୍କୁ ଫୋନ କରାଯାଉଥିଲା ସେମାନଙ୍କର ରେକର୍ଡ ମେଣ୍ଟେନ କରି ତାକୁ ଏକ୍ସେଲ୍ ନୋଟରେ ସେଭ୍ କରାଯାଉଥିଲା। ଏହି ଫାଇଲ ଜଣାପଡିଛି ୧୦ ହଜାର ଲୋକ ଠକେଇର ଶିକାର ହୋଇଛନ୍ତି।

ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ପୋଲିସ ୬ଟି ଲାପଟପ୍, ୨୫ଟି ମୋବାଇଲ୍ ଫୋନ୍, ୨୧୯୮ ଆକ୍ଟିଭ୍ ସିମ୍ କାର୍ଡ, ୧୯ଟି ଡେବିଟ୍ କାର୍ଡ, ଇଣ୍ଟରନେଟ୍ କନଭର୍ଟର୍ ଓ ଵଲେନୋ କାର୍ ଜବତ କରିଛି। ଏଡିଜି ଉପେନ୍ଦ୍ର ଜୈନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।