Breaking Newsରାଜ୍ୟ

୧୦ ମୁଣ୍ଡ ନେଲା କରୋନା, ୧୩୭୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ ଆଜି ପୁଣି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା ଭାଇରସ। ଫଳରେ ମୃତ୍ୟୁ କରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ସେହିପରି ରବିବାର ୧୩୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।

ରବିବାର ଭିଭାଗ ଦେଇଥିବା ୩୦ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୪୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯ ଜଣ, ବରଗଡ ୭, ଭଦ୍ରକରୁ ୧୦ ଜଣ, ବଲାଙ୍ଗୀରି ୧୯, ବୌଦ୍ଧ ୮, କଟକରୁ ୭୫ଜଣ, ଦେଓଗଡ ୧୧, ଢେଙ୍କାନାଳ ୧୫, ଗଜପତି ୭୪, ଜଗତସିଂହପୁରରୁ ୧୧, ଯାଜପୁର ୮, ଝାରସୁଗୁଡା ୬, କଳାହାଣ୍ଡି ୧୧, କନ୍ଧମାଳ ୧୨, କେନ୍ଦ୍ରାପଡ଼ାରୁ ୧୧ ଜଣ, ଖୋର୍ଦ୍ଧାରୁ ୧୮୭ ଜଣ, କେଉଁଝରରୁ ୧୦୩, କୋରାପୁଟ ୭, ମାଲକାନଗିରି ୧୫, ମୟୂରଭଞ୍ଜ ୨୨, ନବରଙ୍ଗପୁର ୨୧, ନୟାଗଡ଼ରୁ ୩୦ ଜଣ, ନୂଆପଡା ୪, ପୁରୀ ୯୧, ରାୟଗଡା ୪୫, ସମ୍ବଲପୁର ୧୭, ସୋନପୁର ୫ ଓ ସୁନ୍ଦରଗଡ଼ରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button