୧୦ ଟଙ୍କାରେ ମିଳିବ ‘ମୋଦି ଇଟିଲି’ ଓ ସମ୍ବର

ସେଲମ : ତାମିଲନାଡୁର ସେଲମ ସହରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଇଡ଼ଲି ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଛି। ଏହି ଇଡ଼ଲିକୁ ରହିଛି ‘ମୋଦି ଇଡ଼ଲି’। ସେଲମ ସହରର ୨୨ ଦୋକାନରେ ଏହି ଇଡ଼ଲି ଉପଲବ୍ଧ ହେବ। ପରେ ଲୋକଙ୍କ ଚାହିଦାକୁ ଦେଖି ଦୋକାନ ସଂଖ୍ୟା ବୃଦ୍ଧି କରାଯିବ।

ସେଲମ ସହରରେ ମୋଦିଙ୍କ ନାଁରେ ଇଡ଼ଲି ବିକ୍ରି ହେବ। ସେଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ସହରର ସବୁଆଡେ ପୋଷ୍ଟର ଲଗାଯାଇଛି। ୧୦ ଟଙ୍କାରେ ଦିଆଯିବ ୪ଟି ଇଡ଼ଲି ଓ ସମ୍ବର। ଏହି ଯୋଜନା କରିଛନ୍ତି ବିଜେପି ନେତା ମହେଶଙ୍କର। ସେ ସହରରେ ପୋଷ୍ଟର ଲଗାଇଛନ୍ତି। ଏଥିରେ ଲେଖାଯାଇଛି ମହେଶ ପ୍ରସ୍ତୁତ କରୁଛନ୍ତି ମୋଦି ଇଡ଼ଲି। ପ୍ରତିଦିନ ପାଖାପାଖି ୪୦ ହଜାର ଇଡ଼ଲି ତିଆରି କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଗାମୀ ସପ୍ତାହରୁ ଇଡ଼ଲି ଦୋକାନ ଆରମ୍ଭ ହେବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।