ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବ। ଦେଶରେ ଉତ୍ପାଦନ ହେବ ଏୟାରକ୍ରାଫ୍ଟ ଓ ରାଇଫଲ୍ ଭଳି ୧୦୧ ରକ୍ଷା ଉପକରଣ। ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏହି ଘୋଷଣା କରିଥିବା ବେଳେ ଏସବୁ ଉପକରଣ ବିଦେଶରୁ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି।
ରବିବାର ପୂର୍ବାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେବାକୁ ପ୍ରସ୍ତୁତ ହେଉଛି। ସେଥିପାଇଁ ଆର୍ଟିଲିରି ବନ୍ଧୁକ, ହାଲୁକା ଲଢ଼ୁଆ ହେଲିକପ୍ଟର, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ରାଡାର, ସଶସ୍ତ୍ର ଯୁଦ୍ଧ ଯାନ ଓ ପରିବହନ ବିମାନ ସମେତ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ବର୍ତ୍ତମାନଠାରୁ ଆଉ ବିଦେଶରୁ ଆମଦାନୀ ହେବ ନାହିଁ। ଏସବୁ ଉପକରଣ ସ୍ୱଦେଶୀ ପ୍ରଯୁକ୍ତିରେ ଭାରତରେ ଉତ୍ପାଦିତ ହେବ।
ରଜନାଥ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଭାରତର ପ୍ରତିରକ୍ଷା ଶିଳ୍ପକୁ ବୃହତ ପରିମାଣର ପ୍ରତିରକ୍ଷା ଉପକରଣ ଉତ୍ପାଦନ କରିବା ପାଇଁ ସୁଯୋଗ ମିଳିବ। ତେଣୁ ପ୍ରତିରକ୍ଷା ମନ୍ତ୍ରାଳୟ ଖୁବ୍ ଶୀଘ୍ର ଏକ ଅସ୍ତ୍ର ତାଲିକା ଆଣିବ ବୋଲି ବିଶ୍ୱାସ କରାଯାଉଛି।