୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖ ଠାରୁ ଏହି କଟକଣା ନିର୍ଦ୍ଦେଶକୁ ଲାଗୁ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଶନିବାର ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କରକଣା ବଳବତ୍ତର ରହିବ। ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ୍ ବନ୍ଦ ରହିବ। ସେହିପରି ଜରୁରୀ କାର୍ଯ୍ୟକଳାପ ଗୁଡ଼ିକୁ ଛାଡ଼ି ଅନ୍ୟ ସବୁ ଯାତାୟତ ବନ୍ଦ ରହିବ।

ପୂର୍ବଭଳି ନାଇଟ୍‌ କର୍ଫ୍ୟୁରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ କଟକଣାରୁ ମୁକ୍ତ ରଖାଯାଇଛି। କିନ୍ତୁ ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା, ପେଟ୍ରୋଲ ପମ୍ପ ଓ ସିଏନ୍‌ଜି ଷ୍ଟେସନ ଖୋଲା ରହିବ। ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି। ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button