Breaking Newsରାଜ୍ୟ

୧୨ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରୁ ଆଜି କରୋନା ୧୨ ଜଣଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫୯ ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର ତଥ୍ୟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏ ରହିଛନ୍ତି। ଏହାଛଡା ଖୋର୍ଦ୍ଧା, ଗଜପତି, ବରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟାକୁ ମିଶାଇ ଫଳରେ ଗଞ୍ଜାମରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୫ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୩୩, ସୁନ୍ଦରଗଡ଼ରେ ୧୭, କନ୍ଧମାଳରେ ୫, କେନ୍ଦୁଝରରେ ୪, ବାଲେଶ୍ୱରରେ ୪ ଓ ବରଗଡ଼ରେ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।

Back to top button