୧୨ ତାରିଖ ଯାଏ ମାଇକ୍ରୋ କଣ୍ଟେନମେଣ୍ଟ କଟକଣା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବାଲିସଂକରା ବ୍ଲକ ଲୁଲୁକିଡ଼ିହି ଓ ବନଡେଗାର କିଛି ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ସେସବୁ ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ନୋ ଆକ୍‌ସେସ୍ ଜୋନ ଘୋଷଣା କରିଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଯାନବାହନ ଚଳାଚଳ ଓ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ, ଅନୁମତି ପ୍ରାପ୍ତ ଅଧିକାରୀ ଓ ସେବା ଯୋଗାଣକାରୀଙ୍କୁ ଅନୁମତି ରହିଛି।

ସୂଚନାଯୋଗ୍ୟ ବନଡେଗା ଗ୍ରାମପଞ୍ଚାୟତର ମୂର୍କିଆ ବସ୍ତିପଡାରେ ୧୯ ଜଣ କରୋନା ସଂକ୍ରମିତ ଏବଂ ଉଲଟୁଡ଼ିହି, ଫିଟିଙ୍ଗପଡା ଓ ବସ୍ତିପଡାରେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲୁଲ୍କିଡ଼ିହି ହାଇସ୍କୁଲ ନିକଟରେ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ଏହି ଦୁଇଟି ଅଂଚଳ ଛତିଶଗଡ଼ ସୀମାନ୍ତକୁ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button