୧୨୬ ଲିଟର ଦେଶୀ ମଦ ଜବତ

ପୁରୀ : ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ପୋଲିସ ଆଜି ୧୨୬ ଲିଟର ମଦ ଜବତ କରିଛି। ମାଲୁଦା ଜେନା ସାହିର ବସନ୍ତ କୁମାର ଜେନା ଓରଫ ଡମ୍ବରୁଧରଙ୍କ ଘରୁ ଏହି ମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ କୃଷ୍ଣ ପ୍ରସାଦ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।