୧୨ରୁ ଭୁବନେଶ୍ୱର-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ଆସନ୍ତା ୧୨ ତାରିଖ ଠାରୁ ଭୁବନେଶ୍ୱର-ବେଙ୍ଗାଲୁରୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟ୍ରେନ୍‌ ଭୁବନେଶ୍ୱରରୁ ୧୨ ତାରିଖରୁ ପ୍ରତ୍ୟେହ ସକାଳ ୫ଘ. ୩୦ ମିନିଟିରେ ଛାଡିବ ଓ ତା’ପରଦିନ ମଧ୍ୟାହ୍ନ ୧୨ଘ.୦୫ ମିନିଟିରେ ବେଙ୍ଗାଲୁରୁରେ ପହଞ୍ଚିବ। ସେହିପରି ବେଙ୍ଗାଲୁରୁରୁ ଅକ୍ଟୋବର ୧୩ରୁ ପ୍ରତ୍ୟେହ ଅପରାହ୍ନ ୧ଘ. ୪୦ ମିନିଟିରେ ଛାଡିବ। ଭୁବନେଶ୍ୱରରେ ତା’ପରଦିନ ରାତ୍ରି ୯ଘ.୦୫ ମିନିଟିରେ ପହଞ୍ଚିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।