୧୫ରୁ କମ୍‌ ପିଲା ଥିବା ସ୍କୁଲର ମିଶ୍ରଣ ହେବ

ଭୁବନେଶ୍ୱର : ରାଜ୍ୟ ସରକାର ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବଦଳାଇଛନ୍ତି। ଏଣିକି ୨୦ ପରିବର୍ତ୍ତେ ୧୫ରୁ କମ ପିଲା ଥିବା ସ୍କୁଲର ମିଶ୍ରଣ କରାଯିବ। ଏଭଳି ପାଖାପାଖି ୩୦୦୦ ସ୍କୁଲ ଥାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସେ କହିଛନ୍ତି ଛୋଟ ଛୋଟ ବିଦ୍ୟାଳୟ ପାଇଁ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଏହି ସ୍କୁଲକୁ ଏକତ୍ର କରି ବୃହତ୍ତ ସ୍କୁଲ କଲେ ଶିକ୍ଷାଦାନର ବାତାବରଣ ବଢ଼ିବ। ସେଥିପାଇଁ ରାଜ୍ୟରେ ୭୭୭୨ ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନ୍‌ସିଡୁଲ ଏରିଆରେ ଅଛି। ଏହି ୧୭୨୪ ସ୍କୁଲରୁ କିଛି ସ୍କୁଲରେ ୨୫ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ଆଉ କିଛି ସ୍କୁଲରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଅଛନ୍ତି। ୬୦୪୮ ସ୍କୁଲରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି। ସ୍କୁଲ ମିଶ୍ରଣ ବେଳେ ନାଚୁରାଲ ବ୍ୟାରିୟର କଥା ବିଚାର କରାଯିବ। ଏହା ବାଦ ସ୍ଥାନୀୟ ସମସ୍ୟା ନେଇ ଜଣାଇଲେ ପଦକ୍ଷେପ ନିଆଯିବ।

ମତାମତ ଦିଅନ୍ତୁ ।