୨୦ ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର : ଆସନ୍ତା କାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ ( ଭିସୁଟ୍)କୁ ସଟଡାଉନ୍‌ ଘୋଷଣା କରାଯାଇଛି। ୧୨ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଏହି କଟକଣା ଲାଗୁ ହୋଇଥିଲା। ଏବେ ସଟଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।