୨୦୨୧-୨୨ ବର୍ଷ ପାଇଁ ଗ୍ରେଟ ପ୍ଲେସ ଟୁ ୱର୍କ ଭାବରେ ବ୍ଲୁ ଡାର୍ଟକୁ ପ୍ରମାଣପତ୍ର

0

ମୁମ୍ବାଇ : ଦକ୍ଷିଣ ଏସିଆର ଅଗ୍ରଣୀ ଏକ୍ସପ୍ରେସ ଏୟାର ଓ ସମନ୍ୱିତ ପରିବହନ ତଥା ପରିବଣ୍ଟନ କମ୍ପାନୀ ଡିପିଡିଏଚ୍‌ଏଲ ଗ୍ରୁପ୍‍ର ଏକ ଅଂଶବିଶେଷ ବ୍ଲୁ ଡାର୍ଟ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ‘ଗ୍ରେଟ ପ୍ଲେସ ଟୁ ୱର୍କ ଇନଷ୍ଟିଚ୍ୟୁଟ’ ପକ୍ଷରୁ ପୁନର୍ବାର ଗ୍ରେଟ ପ୍ଲେସ ଟୁ ୱର୍କ (କାର୍ଯ୍ୟ କରିବାର ଏକ ମହାନ ସ୍ଥଳ) ଭାବରେ ସ୍ୱୀକୃତି ଲାଭ କରିଛି। ୧୧ ବର୍ଷ ଧରି ବ୍ଲୁ ଡାର୍ଟ ସଫଳତା ହାସଲ କରି ଆସୁଥିବା ବେକେ ରହି ପ୍ରମାଣପତ୍ର ଆଉ ଏକ ଫର୍ଦ୍ଦ ଯୋଡିଛି। କରୋନା ଲକ୍‍ଡାଉନ ଲାଗିରହିଥିବା ବେଳେ ବ୍ଲୁ ଡାର୍ଟ ତା’ର ମୌଳିକ ତତ୍ତ୍ୱ ‘ପ୍ରଥମେ ଲୋକ’କୁ ନେଇ ବାସ୍ତବରେ ଆଗେଇ ଚାଲିଛି। କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ସଂସ୍ଥା ପରିଚାଳନାର ସର୍ବାଗ୍ରେ ରଖି ଏକାଧିକ ପଦକ୍ଷେପ ହାତକୁ ନେଇଛି। ସମଗ୍ର ଭାରତରେ ଏହାର ସମସ୍ତ ଟିମ୍‍ କାର୍ଯ୍ୟକ୍ଷେତ୍ରରେ ଯେଭଳି ସ୍ଥିରତା ଅନୁଭବ କରିବେ ତାହା ସୁନିଶ୍ଚିତ କରୁଛି।

ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଲଫୋର୍‍ ମାନୁଏଲ ସଂସ୍ଥାକୁ ମିଳିଥିବା ଏହି ପ୍ରମାଣନ ସମ୍ପର୍କରେ କହିଛନ୍ତି ଗତ ଏକବର୍ଷ ଧରି ସାରା ବିଶ୍ୱ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ଆପଦଗୁଡିକର ଏକ ସୁନାମିକୁ ସାମ୍‍ନା କରିଛି। ବ୍ଲୁ ଡାର୍ଟର ସାମର୍ଥ୍ୟ ଆମ ଲୋକଶକ୍ତି ଉପରେ ଦଣ୍ଡାୟମାନ। ଏହି କଥା ଏହି ଜଟିଳ ସମୟରେ ପୁଣିଥରେ ପ୍ରମାଣିତ ହୋଇସାରିଛି। ଆମ ଲୋକମାନେ ସବୁର ଊର୍ଦ୍ଧ୍ୱକୁ ଯାଇ ପ୍ରତ୍ୟେକ ସ୍ଥାନରେ ଅନନ୍ୟ ଗୁଣାତ୍ମକ ସେବା ଯୋଗାଇ ଦେଇଛନ୍ତି। ଏହା ବଜାରରେ ଆମକୁ ଭିନ୍ନ କରି ଗଢିତୋଳିବାର ସାଧନ ହୋଇ ରହିଛି। କାର୍ଯ୍ୟ କରିବାର ଏକ ମହାନ ସ୍ଥଳ ଭାବରେ ସ୍ୱୀକୃତି ହାସଲ ଆମର ‘ପ୍ରଥମେ ଲୋକ ଦର୍ଶନତତ୍ତ୍ୱ’କୁ ପୁନଃ ଦୃଢିଭୂତ କରୁଛି।

ସେ କହିଛନ୍ତି ବ୍ଲୁ ଡାର୍ଟରେ ଆମର ସମୁଦାୟ ୩୭ ବର୍ଷର କାର୍ଯ୍ୟକାରିତା ମଧ୍ୟରେ ଏହା ଏକ କାର୍ଯ୍ୟକାରିତାଗତ ଏବଂ ପରୀକ୍ଷିତ ସଫଳତାର ରଣକୌଶଳ ହୋଇଛି। ଆମ ସଂସ୍ଥା ଏଭଳି ଏକ ସଂସ୍କୃତିକୁ ପ୍ରୋତ୍ସାହିିତ କରିଆସୁଛି ଯେଉଁଠାରେ ଜଣେ କର୍ମଚାରୀଙ୍କର ହାରାହାରି କାର୍ଯ୍ୟକାଳ ୧୮ବର୍ଷ, ଯାହା କର୍ମଚାରୀ ଓ ସଂଗଠନ ମଧ୍ୟରେ ଏକ ମଜଭୁତ ସଂପର୍କକୁ ସୂଚାଉଛି। କ୍ରମାଗତ ଏଗାର ବର୍ଷ ପାଇଁ ବ୍ଲୁ ଡାର୍ଟ ଗ୍ରେଟ ପ୍ଲେସ ଟୁ ୱର୍କ ଭାବରେ ସ୍ୱୀକୃତି ଲାଭ କରିବା ଦେଖି ଆମେ ଅତ୍ୟନ୍ତ ଆନନ୍ଦିତ।

ବ୍ଲୁ ଡାର୍ଟର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରାଜେନ୍ଦ୍ର ଘାଗ୍‍ କହିଛନ୍ତି ଏକାଦଶ ବର୍ଷ ପାଇଁ ଗ୍ରେଟ ପ୍ଲେସ ଟୁ ୱର୍କ ଭାବରେ ପ୍ରମାଣିକୃତ ହେବା ବାସ୍ତବରେ ଆମ ପାଇଁ ଗୌରବର ବିଷୟ। ଆମ କର୍ମଚାରୀମାନେ ଆମର ପ୍ରୟାସଗୁଡିକୁ ସାଦରେ ଗ୍ରହଣ କରିଥିବା ଦେଖି ଆମେ ଅତ୍ୟନ୍ତ ଆନନ୍ଦିତ। ଯେଉଁମାନେ ଆମ ପାଇଁ ଭୋଟ ଦେଇଛନ୍ତି ଆମେ ସେମାନଙ୍କ ପସନ୍ଦଯୋଗ୍ୟ ନିଯୁକ୍ତିଦାତା ବୋଲି ଆମର ବିଶ୍ୱାସକୁ ପୁନଃ ସୁଦୃଢ କରିଛନ୍ତି।

Leave A Reply

Your email address will not be published.