୨୦୨୦-୨୧ ବର୍ଷରେ ଏୟୁ ସ୍ମଲ ଫାଇନା୍‍ନ୍ସ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୭୩% ବୃଦ୍ଧି

0

ଜୟପୁର : ଆହ୍ୱାନମୂଳକ ପରିବେଶ ସତ୍ତ୍ୱେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷର ଶେଷ ତ୍ରୟମାସିକରେ ସୁଦୃଢ ବ୍ୟବସାୟିକ ପ୍ରଦର୍ଶନ କରିଛି। ସମୁଦାୟ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ଉପାର୍ଜନ ବେଶ ପ୍ରଭାବଶାଳୀ ହେବା ସହିତ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୭୩% ବୃଦ୍ଧିପାଇ ୧୧୭୧ କୋଟି ଟଙ୍କା ହୋଇଛି। ସେଥିମଧ୍ୟରେ ଆଭାସ ଫାଇନାନ୍ସିୟର୍ସରେ ଅଂଶଧନ ବିକ୍ରି ବାବଦ ଲାଭ (ପୂର୍ବତନ ଆଭାସର ଟିକସ ପରବର୍ତ୍ତୀ ଲାଭ ୬୦୦କୋଟି ଟଙ୍କା) ଅନ୍ତର୍ଭୁକ୍ତ । ଏଥିସହିତ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ତିନିମାସରେ ଏହାର ଟିକସ ପରବର୍ତ୍ତୀ ଲାଭ ୩୮% ବୃଦ୍ଧିପାଇ ୧୬୮.୯୮ କୋଟି ଟଙ୍କା ହୋଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ ଆୟ ପୂର୍ବ ଆର୍ଥିକ ବର୍ଷରେ ହୋଇଥିବା ୪୯୯୨ କୋଟି ଟଙ୍କାରୁ ୬୪୦୧.୬୦ କୋଟି ଟଙ୍କାକୁ ବୃଦ୍ଧିପାଇଛି। ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ତିନିମାସରେ ଏହାର ମୋଟ ଆୟ ୧୫୬୯ କୋଟି ଟଙ୍କାକୁ ବୃଦ୍ଧିପାଇଛି (ପୂର୍ବ ଆର୍ଥିକ ବର୍ଷର ୧୩୬୬.୬୦ କୋଟି ଟଙ୍କା ତୁଳନାରେ)। ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ତିନିମାସରେ ହୋଇଥିବା ସୁଧ ଆୟ ୧୨୯୨. ୩୭ କୋଟି ଟଙ୍କାକୁ ବୃଦ୍ଧିପାଇଛି। ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ସମସ୍ତ ବ୍ୟାଙ୍କିଙ୍ଗ ବିଭାଗର କାର୍ଯ୍ୟକଳାପ କୋଭିଡ ପୂର୍ବସ୍ତରକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଡିସବର୍ସମେଣ୍ଟ ମଧ୍ୟ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ତିନିମାସରେ ୬୩% ବୃଦ୍ଧିପାଇଛି।

୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା କାସା (ସିଏଏସ୍‌ଏ) ଅନୁପାତ ୧୪%ରୁ ୨୩%କୁ ଉଲ୍ଲେଖନୀୟ ଭାବରେ ବୃଦ୍ଧିପାଇଛି । ଅନ୍ୟାନ୍ୟ ପ୍ରମୁଖ ବିଷୟଗୁଡିକ ମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପାଣ୍ଠି ବାବଦ ମୋଟାମୋଟି ଖର୍ଚ୍ଚ ୮୬ ବେସିସ ପଏଣ୍ଟ ହ୍ରାସପାଇ ୬.୮% ହୋଇଛି, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଏୟୁଏମ୍‍ ଅଭିବୃଦ୍ଧି ପୂର୍ବବର୍ଷ ତୁଳନାରେ ୨୨%, ଜମା କ୍ଷେତ୍ରରେ ଅଭିବୃଦ୍ଧି ୩୮% ଏବଂ ଟିୟର-୧ ଅନୁପାତ ୧୮.୪%ରୁ ୨୧.୫%କୁ ବୃଦ୍ଧିପାଇଛି।

ବ୍ୟାଙ୍କର ପ୍ରଦର୍ଶନ ସମ୍ପର୍କରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏମ୍‍ଡି ଓ ସିଇଓ ସଞ୍ଜୟ ଅଗ୍ରୱାଲ କହିଛନ୍ତି ଆହ୍ୱାନମୂଳକ ପରିସ୍ଥିତି ସତ୍ତ୍ୱେ ଏବଂ ବିଶେଷକରି ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଜଟିଳ ପରିସ୍ଥିତି ମଧ୍ୟରେ ଆମର ପ୍ରଦର୍ଶନ ଅତ୍ୟନ୍ତ ଦମ୍‍ଦାର ହୋଇଛି। ଆମେ ଆମର ଆସେଟ୍‍ରମାନକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ସହିତ ଆମର ବାଲାନ୍ସ ସିଟ୍‍କୁ ସୁଦୃଢ ରଖି ଜମାର ମଜଭୁତ ସ୍ଥିତିରେ ବୃଦ୍ଧି ଘଟାଇଛୁ। ଆମର ଶାଖା ବ୍ୟାଙ୍କିଙ୍ଗ ତଥା ଡିଜିଟାଲ ବୈଶିଷ୍ଟ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ଘଟିଛି। ଏହି ଶ୍ରେଣୀର ସର୍ବୋତ୍ତମ ଗ୍ରାହକ କେନ୍ଦ୍ରିକ ପ୍ରଯୁକ୍ତି ପରିଚାଳିତ ବ୍ୟାଙ୍କ ସୃଷ୍ଟି କରିବାକୁ ଆମେ ବିବିଧ ଡିଜିଟାଲ ପ୍ରୟାସ ଉପରେ କାର୍ଯ୍ୟ କରୁଛୁ । ଆମର ସାଂପ୍ରତିକ ପାଣ୍ଠି ସଂଗ୍ରହ ଆମ ସମ୍ମୁଖରେ ଥିବା ସୁଯୋଗର ଫାଇଦା ନେବାକୁ ଆମକୁ ଏକ ମଜଭୁତ ସ୍ଥିତି ପ୍ରଦାନ କରୁଛି । ଜଟିଳ ସମୟରେ ଏକ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ଭାବରେ ରାଷ୍ଟ୍ରର ସେବା କରିବାକୁ ସମର୍ଥ ହେବାନେଇ ଆମେ ବାସ୍ତବରେ ନିଜକୁ ଧନ୍ୟ ମନେକରୁଛୁ।

Leave A Reply

Your email address will not be published.