୨୫ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବନ୍ଦ

କେନ୍ଦ୍ରାପଡ଼ା : ଡାକ୍ତର ଓ କର୍ମଚାରୀ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବର୍ହିବିଭାଗ ଓ ଅର୍ନ୍ତବିଭାଗକୁ ଆଜି ଅପରାହ୍ନ ୪ଟାରୁ ଆସନ୍ତା ସେପ୍ଟେମ୍ବର ୨୫ ଯାଏଁ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ରୋଗୀମାନଙ୍କୁ ସେବା ଯୋଗାଇ ଦିଅଯିବ। ସୂଚନାଯୋଗ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପୂର୍ବରୁ ସାମୟିକ ବନ୍ଦ କରାଯାଇଥିଲା। ଗତ ମାସରେ ଡାକ୍ତରଖାନାର କିଛି କର୍ମଚାରୀ କରୋନା ପଜିଟିଭ ହୋଇଥିବାରୁ ହୋଇଥିବା ଯୋଗୁ ଏଜି ନିଷ୍ପତ୍ତି ନିଆଯାଇଥିଲା।

ମତାମତ ଦିଅନ୍ତୁ ।