୨୬ରୁ ହଷ୍ଟେଲ ଖୋଲିବ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ସହ ହଷ୍ଟେଲ ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୁଖ୍ୟତଃ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଏଵଂ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ। ସେହିପରି ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ଖୋଲିବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୬ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ଜାରି କରିଛି। ଅନଲାଇନ୍ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହେବା କାରଣରୁ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। କଟକଣା ଆଉ ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିବ। ସାମାଜିକ ଦୂରତା ରଖି କ୍ଲାସରେ ୨୦ରୁ ୨୫ ପିଲା ବସିବେ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସ୍କୁଲକୁ ନିୟମିତ ଭାବେ ସାନିଟାଇଜ୍ କରାଯିବ। ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ସହିତ ସ୍କୁଲରେ ଆଇସୋଲେସନ ରୁମ୍ ରହିବ। ତେବେ ହଷ୍ଟେଲ୍ ଖୋଲିବ ନାହିଁ। ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାର ନୋଡାଲ ଅଫିସର ସ୍କୁଲକୁ ଯାଇ ନିୟମିତ ତଦାରଖ କରିବେ।

ସମ୍ବନ୍ଧିତ ଖବର
between image and heading
ମତାମତ ଦିଅନ୍ତୁ

Your email address will not be published.