ରାଜ୍ୟରେ ୨୨୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୨୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ବିଭାଗ ଦେଇଥିବା ୧୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରେ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨୪ଜଣ, ବରଗଡ ଜଣେ, ବଲଙ୍ଗୀର ୭ଜଣ, ବୌଦ୍ଧ ୩ଜଣ, କଟକ ୧୨ଜଣ, ଦେଓଗଡ ଜଣେ, ଗଜପତି ଜଣେ, ଜଗତସିଂହପୁର ଜଣେ, ଯାଜପୁର ୨୨ଜଣ , ଝାରସୁଗୁଡା ୧୦, କେନ୍ଦୁଜର ଜଣେ, ଖୋର୍ଦ୍ଧା ୨୧ଜଣ, କୋରାପୁଟ ଜଣେ, ମୟୁରଭଞ୍ଜ ୨ଜଣ, ନୟାଗଡ ୫ଜଣ, ପୁରୀ ୪ଜଣ ଓ ସୁନ୍ଦଗଡ ଜିଲ୍ଲାରୁ ୧୭ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।