୩୧ରେ ଲଘୁଚାପ : ଉତ୍ତର ଓ ଉପକୂଳରେ ବର୍ଷିବ

ଭୁବନେଶ୍ଵର : ନଭେମ୍ବର ୧ରୁ ଉତ୍ତର ଓଡ଼ିଶା ଓ ୩ ତାରିଖରେ ଉପକୂଳରେ ବର୍ଷା ହେବ। ଗୁରୁବାର ମିଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟି ହୋଇଥିବା ମୋଲାଭୋ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୩୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ ନଭେମ୍ବର ପହିଲାରେ ଏହା ଉତ୍ତର ବଙ୍ଗୋପସାଗରରେ କିଛି ମାତ୍ରାରେ ସଂଗଠିତ ହୋଇ ପଶ୍ଚିମବଙ୍ଗ/ବାଂଲାଦେଶକୁ ଗତି କରିବ। ଦୁଇ ତାରିଖରେ ପୁଣି ଏହା ବଙ୍ଗୋପସାରର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ରହିବ। ଏହାର ପ୍ରଭାବରେ ତାରିଖ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷାର ସମ୍ଭାବନା ରହିଛି। ସେହିପରି ୩ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡିକରେ ସ୍ୱଳ୍ପ ବର୍ଷା ହେବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।