୩୨ କିଲୋ ଗଞ୍ଜେଇ ସହ ବାଇକ ଜବତ

କନ୍ଧମାଳ : ଫିରିଙ୍ଗିଆ ବ୍ଳକର ଗୋଛାପଡା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ତା’ଠାରୁ ଏକ ବାଇକ ଓ ୩୨ କିଲୋ ଗଞ୍ଜେଇ ଜବତ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗୋଛାପଡା ଥାନା ତାମ୍ବିସୁଖା ସୁନାମୁଦି ପୋଲ ପାଖରେ ବିଳମ୍ବିତ ରାତ୍ରରେ ଏହି ଗଞ୍ଜେଇ ମାଫିଆକୁ ଗିରଫ କରିଥିଲେ। ତାଙ୍କ ନାମ ମଦନ ଦିଗାଳ। ଘର ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମରେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।