୪ ବାଇକ ଲୁଟେରା ଗିରଫ, ୯ଟି ଗାଡି ଜବତ

ଖଲ୍ଲିକୋଟ : ଛତ୍ରପୁର ପୋଲିସ ୪ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ୯ଟି ମୋଟର ସାଇକେଲ।

ଖବର ଅନୁଯାୟୀ ଛତ୍ରପୁର ଅଞ୍ଚଳରେ କିଛିଦିନ ହେଲା ବାଇକ୍‌ ଲୁଟ୍‌ ଚାଲିଥିଲା। ପୋଲିସ ଏହି ଘଟଣା ଉପରେ ରହିଥିଲା ନଜର। ତେଣୁ ଅଚାନକ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଲୁଟେରାମାନେ ବାହାର ଜିଲ୍ଲାରେ ଲୁଟ୍‌ ମାମଲାରେ ସଂପୃକ୍ତ ଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ପପୁ ହାତି, ସୁରଜ ଖୁଣ୍ଟିଆ, ଅଜିତ ବେହେରା ଓ ରବି ନାରାୟଣ ଖୁଣ୍ଟିଆ। ସେମାନେ ଗାଡି ଚୋରି କରି ଗାଡିର ନମ୍ବର ଓ ବିଭିନ୍ନ ପାର୍ଟ ବଦଳାଇଥିଲେ ବୋଲି ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।