୪ ଜଣଙ୍କୁ ଦଳିଦେଲା ହାତୀ

0

ବଲାଙ୍ଗିର : ହାତୀ ଆକ୍ରମଣରେ ଆଜି ୪ ଜଣଙ୍କ ଜୀନନ ଯାଇଛି। ଆଗଲପୁର ବ୍ଲକ ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁର ବିରଞ୍ଚି ସାହୁ ଓ ବରଗଡ଼ ଗାଇସିଲାଟ ବ୍ଲକର ଉମରଟ ଗାଁର ମାଲ ସେଠ, ବିରଞ୍ଚି କୁମ୍ଭାର ଓ ନାଥପାଳିର ଶିବ ସେଠଙ୍କୁ ହାତୀ ଦଳି ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗାଇସିଲଟ ବ୍ଲକ ଉମରଟ ଗାଁର ୩ ଜଣ ଆଜି ସକାଳୁ ଶୌଚ ପାଇଁ ନିକଟସ୍ଥ ଜମିକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଫରେଷ୍ଟରଙ୍କ ସମେତ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି। କିନ୍ତୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଅଟଳ ରହିଛନ୍ତି।

ଫରେଷ୍ଟର କହିଛନ୍ତି ଏହି ରାସ୍ତା ହାତୀ ଚଲାପଥ ହୋଇ ନ ଥିଲେ ହେଁ ଭୁଲବଶତଃ ପାଣି କିମ୍ବା ଖାଦ୍ୟ ପାଇଁ ସେମାନେ ବାଟ ହୁଡ଼ି ପଳାଇ ଆସିଛନ୍ତି। ଏବେ ବଲାଙ୍ଗିର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ପଳାଇଲେଣି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.