୪୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୧୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୮୨୩ ହେଉଛି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୬,୮୮୮ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୬୭ ଚିହ୍ନଟ ହୋଇଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରେ ୧୫୫, ବାଲେଶ୍ୱରରେ ୧୬୨, ବରଗଡ଼ରେ ୧୦୮, ଭଦ୍ରକରେ ୧୦୫, ବଲାଙ୍ଗୀରରେ ୫୩, ବୌଦ୍ଧରେ ୬୭, ଦେବଗଡ଼ରେ୨୨ , ଢେଙ୍କାନାଳରେ ୫୬, ଗଜପତିରେ ୧୯, ଗଞ୍ଜାମରେ ୯୦, ଜଗତସିଂହପୁରରେ ୧୯୩, ଯାଜପୁରରେ ୧୫୧, ଝାରସୁଗୁଡ଼ାରେ ୧୭୪, କଳାହାଣ୍ଡିରେ ୫୮, କନ୍ଧମାଳରେ ୧୪୩, କେନ୍ଦ୍ରାପଡ଼ାରେ ୧୦୯, କେନ୍ଦୁଝରରେ ୯୦, କୋରାପୁଟରେ ୭୭, ମାଲକାନାଗିରିରେ ୩୪, ମୟୂରଭଞ୍ଜରେ ୧୨୭, ନବରଙ୍ଗପୁରରେ ୧୪୩, ନୟାଗଡ଼ରେ ୮୪, ନୂଆପଡ଼ାରେ ୭୪, ପୁରୀରେ ୨୦୩, ରାୟଗଡ଼ାରେ ୬୨, ସମ୍ବଲପୁରରେ ୧୩୦, ସୋନପୁରରେ୧୨୯ ଓ ସୁନ୍ଦରଗଡ଼ରେ ୧୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୧୬୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮, ୮୧୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ମତାମତ ଦିଅନ୍ତୁ ।