୫ ହାଇଓ୍ୱେ ଲୁଟେରା ଗିରଫ, ୩ କାର୍ ଜବତ

ବରଗଡ : ବରଗଡ଼ ଓ ଏହାର ଆଖ ପାଖ ଅଞ୍ଚଳରେ କାର୍ ଚୋରି ରାକେଟର ପର୍ଦ୍ଦାଫାସ ହୋଇଛି। ଜଣେ ମହିଳାଙ୍କ ବେକରୁ ସୁନା ଲୁଟ ଘଟଣାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ବରଗଡ଼ ପୋଲିସ ସ୍ପଷ୍ଟ କରିଥିବା ବେଳେ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୧୮ଟି ମୋବାଇଲ, ଲୁଟ୍ ସୁନା ଚେନ୍, ତିନୋଟି କାର, ଡକାୟତିରେ ବ୍ୟବହାର ହେଇଥିବା ଦୁଇଟି ବାଇକ ଓ ଦୁଇଟି ଛୁରୀ ସମେତ ନଗଦ ୪ହଜାର୮ସହ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମଗସିର ମେହେର, କିଶୋର ମେହେର, ରାଜା ହାତୀ, ରୋହିତ ମେହେର ଓ ବିଜେ ବାଗ। ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ଅନେକ ଚୋରି ଓ ଡକାୟତି ମାମଲା ରହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।