୫୦୦ ବଖରା ଘର ଜଳିଗଲା

ପାଟନା : ବିହାରରେ ଭଯାବହ ଅଗ୍ନିକାଣ୍ଡ। ମଙ୍ଗଳବାର ଭାଗଲପୁର ଜିଲ୍ଲା ନାରାୟଣପୁର ବ୍ଲକ କସମବାଦ ଗାଁରେ ୫ଶହ ବଖରା ଘର ଜଳି ଯାଇଛି। ନିଆଁ ଲାଗିବା ନେଇ ଗାଁ’ର ମୁଖିଆ ଅରବିନ୍ଦ ମଣ୍ଡଳ ପ୍ରଥମେ ସୂଚନା ଦେଇଛନ୍ତି।
ମଣ୍ଡଳଙ୍କ ସୂଚନା ଅନୁଯାୟୀ କସମବାଦ ଗାଁର ପ୍ରାୟ ସବୁ ଘର ଜଳି ଯାଇଥିବାର ଆଶଙ୍କା କରାଯାଉଛି। ଗଙ୍ଗାନଦୀ କୂଳରେ ଅବସ୍ଥିତ ଏହି ଗାଁରେ ରୋଷେଇ ସମୟରେ ମହିଳାଙ୍କ ଅସାବଧାନତା ଯୋଗୁ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଏପରି ୫୦୦ ବଖରା ଘର ଜଳିଯାଇଥିବା ବେଳେ ଅନେକ ଗୃହପାଳିତ ପଶୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି। ନିଆଁକୁ ଲିଭାଇବାକୁ ଗ୍ରାମବାସୀ ପ୍ରଥମେ ଉଦ୍ୟମ କରିଥିଲେ। କିନ୍ତୁ ପବନରେ ଘରକୁ ଘର ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।