୫ଇ ହେଲ୍‍ଥକେୟାର ପକ୍ଷରୁ ଓଡ଼ିଶାରେ ଭିଡିଓ ପରାମର୍ଶ ଆପ୍‍ ପ୍ରଚଳନ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଡିଜିଟାଲ ଷ୍ଟାର୍ଟଅପ୍‍ ୫ଇ ହେଲ୍‍ଥକେୟାର ଓଡ଼ିଶାର ଜନସାଧାରଣଙ୍କ ପାଇଁ ଭିଡିଓ ପରାମର୍ଶ ଆପ୍‍ / ସେବା ପ୍ରଚଳନ କରିଛି। ଏହି ମୋବାଇଲ ଆପ୍ଲିକେସନର ନାମ ‘୫ଇକେୟାର’ ଭିଡିଓ କନ୍‍ସଲ୍‍ଟ ଟପ୍‍ ଡକ୍ଟର୍ସ ଫ୍ରମ ୟୋର ସିଟି’ ରଖାଯାଇଛି। ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ।

ସହଜରେ ବ୍ୟବହାର କରାଯାଇପାରୁଥିବା ଏହି ଆପ୍‍ରେ ଜନସାଧାରଣ ତ୍ୱରିତ ଭାବରେ ସେମାନଙ୍କର ପସନ୍ଦଯୋଗ୍ୟ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିବାକୁ ବୁକ୍‍ କରିପାରିବେ । ଆପ୍‍ ଡାଉନଲୋଡ କରିବାପରେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନକରି ସେଥିରେ ପଞ୍ଜିକରଣ କରିବା ନିତାନ୍ତ ଆବଶ୍ୟକ । ଜେନେରାଲ ମେଡିସିନ ଠାରୁ ସ୍ପେଶାଲିଷ୍ଟ ଡାକ୍ତର ଏବଂ ସେମାନଙ୍କର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏଥିରେ ତାଲିକାଭୁକ୍ତ କରାଯାଇଛି । ଏଥିରେ ଡାକ୍ତରମାନେ ଭିଡିଓ କଲ୍‍କରି ରୋଗୀମାନଙ୍କୁ ପରାମର୍ଶ ଯୋଗାଇ ଦେବେ । ରୋଗୀଙ୍କ ସହିତ କଥାବାର୍ତ୍ତା କରିବାପରେ ଡାକ୍ତର ଏକ ଇ-ପ୍ରେସକ୍ରିପ୍‍ସନ ଯୋଗାଇଦେବେ ଏବଂ ତତ୍‍ପରବର୍ତ୍ତୀ ସମୟରେ ଭିଡିଓରେ ଉପଲବ୍ଧ ପରାମର୍ଶ ଅଥବା ନିକଟବର୍ତ୍ତୀ ଅନୁବନ୍ଧିତ ଇ-କ୍ଲିନିକ ଯିବାପାଇଁ ପରାମର୍ଶ ଦେବେ ।

୫ଇ ହେଲ୍‍ଥକେୟାରର ସିଇଓ ସୁଦର୍ଶନ ପରିଡା କହିଛନ୍ତି “ଆମେ ଏକ ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛୁ ଯେଉଁଠି ଡାକ୍ତର ଓ ରୋଗୀମାନେ ସମୟ ଅପଚୟ ନକରି ପରସ୍ପର ମଧ୍ୟରେ ଯୋଗାଯୋଗ କରିବାକୁ ଏକ ସହଜ ଓ ନିରାପଦ ସ୍ଥଳ ସନ୍ଧାନରେ ଅଛନ୍ତି । ଓଡ଼ିଶାରେ ଉନ୍ନତ ସ୍ୱାସ୍ଥ୍ୟଯତ୍ନ ସୁବିଧା ଅଳ୍ପକିଛି ସହରରେ କେନ୍ଦ୍ରୀଭୂତ ହୋଇଥିବାବେଳେ ଏ କ୍ଷେତ୍ରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ କେନ୍ଦ୍ରଗୁଡିକ ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ନିତାନ୍ତ ଆବଶ୍ୟକ ହୋଇପଡିଛି । ଅଧିକାଂଶ ସହର ଓ ବ୍ଲକରେ ସ୍ପେଶାଲିଷ୍ଟ ଡାକ୍ତରଙ୍କ ଅଭାବ ଠାରୁ ନେଇ କ୍ଲିନିକ / ହସପିଟାଲଗୁଡିକରେ ଲମ୍ବାଧାଡି ଏବଂ ରୋଗ ନିରୂପଣ କେନ୍ଦ୍ର ନିକଟରେ ଭିଡଲାଗିରହିବା ଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସମସ୍ୟା ଲାଗିରହିଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟଯତ୍ନ ସେବାର ଗଣତାନ୍ତ୍ରିକିକରଣ। ଶୀଘ୍ର ରୋଗ ନିରୂପଣ ହିଁ ସଫଳ ଚିକିତ୍ସାର ମୂଳ ଚାବିକାଠି।

ସେ କହିଛନ୍ତି “ଆମର ସେବା ଭିଡିଓ ପରାମର୍ଶଠାରୁ ଅଧିକ କିଛି ହେବ । ଆମେ ଏକ ସମୁଦାୟ ସ୍ୱାସ୍ଥ୍ୟଯତ୍ନ ପରିସେବା ସୃଷ୍ଟି କରିବା ପ୍ରକ୍ରିୟାରେ ଅଛୁ । ଆମେ କ୍ଲିନିକ ଏବଂ ଅନ୍‍ଲାଇନରେ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ରୋଗୀ ପରାମର୍ଶ ସହିତ ସହଜ ଲାବୋରେଟୋରୀ ପରୀକ୍ଷଣ ଏବଂ ଔଷଧ ଯୋଗାଣ ଭଳି ବିବିଧ ସେବା ଯୋଗାଇଦେବୁ । ୫ଇକେୟାର ଭିଡିଓ ପରାମର୍ଶ ଆପ୍‍ ସ୍ୱାସ୍ଥ୍ୟଯତ୍ନକୁ ପ୍ରତିବନ୍ଧକମୁକ୍ତ କରିବା ଦିଗରେ ଆମେ ରଖିଥିବା ଲକ୍ଷ୍ୟ ହାସଲ ଦିଗରେ ପ୍ରଥମ ପ୍ରୟାସ ହୋଇଛି । ଆମେ ରୋଗୀଙ୍କୁ ସେମାନଙ୍କର ଇଏଚଆର ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ରୋଗର ଅତୀତ, ପ୍ରେସକ୍ରିପ୍‍ସନ ଏବଂ ରୋଗ ଚିହ୍ନଟକାରୀ ରିପୋର୍ଟ ଆଦି ଅପ୍‍ଲୋଡ କରିବାକୁ ଉତ୍ସାହିତ କରୁଛୁ । ଏହା ରୋଗୀଙ୍କୁ ସଫଳ ଚିକିତ୍ସା ଯୋଗାଇଦେବା ଦିଗରେ ଡାକ୍ତରମାନଙ୍କୁ ସମର୍ଥ କରାଉଛି । ଆମର ଏଚଡି ମାନର ଭିଡିଓ କଲ୍‍ ପ୍ରଯୁକ୍ତିକୌଶଳ ରୋଗୀଙ୍କୁ ଅତ୍ୟନ୍ତ ନିବିଡ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରୁଛି। ସମ୍ପ୍ରତି ୫ଇ ହେଲ୍‍ଥକେୟାର ପ୍ଲାଟଫର୍ମରେ ୫୦ରୁ ଅଧିକ ଡାକ୍ତର ରହିଛନ୍ତି ଏବଂ ସେମାନେ ସବୁ ସମୟରେ ଅନ୍‍ଲାଇନ ପରାମର୍ଶ ଯୋଗାଇ ଦେଉଛନ୍ତି ।

ମତାମତ ଦିଅନ୍ତୁ ।