ପିପିଲିରେ ଦୁର୍ଘଟଣା, ୫ ଆହତ

ଭୁବନେଶ୍ଵର : ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ମଙ୍ଗଳପୁର ଛକରେ ଟ୍ରକ୍ ପଛରେ କାର୍ ପିଟିହେବା ଯୋଗୁ ୫ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଅନ୍ତର୍ଗତ ବାଜୁଡାବା ଝାଡ଼ଗ୍ରାମର ବିଭୁତିଭୂଷଣ ମିର୍ଦ୍ଧା ପରିବାର ସହ ଜଗନ୍ନାଥ ଦର୍ଶନଲାଗି ପୁରୀ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

ଆଜି ସକାଳେ ପିପିଲି ନିକଟସ୍ଥ ମଙ୍ଗଳପୁରର ଭୋଗବାଙ୍କ ଛକରେ ଏକ ହାଇୱା ଟ୍ରକ୍ ପଛରେ ଏହି କାର୍ ପିଟି ହୋଇଥିଲା। ଏଥିରେ ବିଭୁତି ଭୂଷଣ ମିର୍ଦ୍ଧା, ପୁଅ ବିପ୍ଳବ, ପତ୍ନୀ ଲୀଳା, ବୋହୂ ଓ ନାତୁଣୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।