୮ହଜାର ଲିଟର ଦେଶୀ ମଦ ଓ ପିକ୍ ଅପ୍ ଭ୍ୟାନ ଜବତ

ବାଲେଶ୍ଵର : ବାଲେଶ୍ଵର ଅବକାରୀ ବିଭାଗ ଆଜି ଚଢ଼ାଉ କରି ୮ହଜାର ଲିଟର ଦେଶୀ ମଦ ସହିତ ଦୁଇଟି ପିକ୍ ଅପ୍ ଭ୍ୟାନ ଜବତ କରିଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ସୋର ଓ ମାର୍କୋଣା ଅଞ୍ଚଳକୁ ଦୁଇଟି ପିକ୍ ଅପ୍ ଭ୍ୟାନରେ ଚୋରା ଦେଶୀ ମଦ ଚାଲାଣ ହେଉଥିଲା। ଏ ସଂପର୍କରେ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭୋର ସମୟରେ ଗଡ଼ପଡ଼ି ଅଞ୍ଚଳରେ ଚଢଉ କରାଯାଇଥିଲା। ଘଟଣାସ୍ଥଳରୁ ୮ହଜାର ଲିଟର ଦେଶୀ ମଦ ଓ ଦୁଇଟି ପିକ୍ ଅପ୍ ଭ୍ୟାନ ଜବତ ହୋଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।