୮୬ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରରେ ୮୬ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।

ଉତ୍କଳ ଦିବସ ଅବସରରେ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ପରେଡରେ ଯୋଗ ଦେଇଥିଲେ ପୋଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଲେ ଭୁବନେଶ୍ୱର-କଟକ କମିସନରେଟ ପୋଲିସ ଆଗାମୀ ଦିନରେ ଉତ୍ତମ ସେବା ଓ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ। ଏଥିସହ ପୋଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେନେଇ ପରାମର୍ଶ ଦେଇଛନ୍ତି। ଦ୍ଵୈତ ନଗରୀରର ଦାୟିତ୍ୱ ଭାର ଓଡ଼ିଶା ପୋଲିସ ଉପରେ ରହିଛି। ଲୋକମାନଙ୍କର ଧନଜୀବନ ସୁରକ୍ଷା ନେଇ ସେ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ୧୯ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ପୋଇସ କମିସନର୍ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ବର୍ତ୍ତରେ କହିଛନ୍ତି ଜନତା ହେଉଛନ୍ତି ମାଲିକ। ଏଇ ଭାବନା ନେଇ ପୋଲିସ କାମ କରିବା ସହିତ ବୃତ୍ତିଗତ ଦକ୍ଷତା ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button