୮୮ କେଜି ଗଞ୍ଜେଇ ଜବତ: ୨ ଗିରଫ

ବୌଦ୍ଧ : ବୌଦ୍ଧ ଥାନା ପକ୍ଷରୁ ପାଟଳିପଡା ଗ୍ରାମରେ ଚଢାଉ କରାଯାଇ ଦୁଇଜଣଙ୍କ ଘରୁ ୮୮ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି।

ପାଟଳିପଡା ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ମହଜୁଦ ରଖାଯାଇଥିବା ବିଶ୍ୱସ୍ତ ସୁତ୍ରରୁ ଖବରପାଇ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉରେ ଗ୍ରାମର କଇରା ମାଝି(୩୦) ନିଜ ଘରେ ୪ଟି ବସ୍ତାରେ ଭର୍ତ୍ତି କରି ରଖିଥିବା ୮୦ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ସେହିପରି ଗ୍ରାମର ପଞ୍ଚାନନ ନାୟକ (୪୦)ଙ୍କ ଘରୁ ଗୋଟିଏ ବସ୍ତାରେ ମହଜୁଦ ଥିବା ୮ କିଲୋ ୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ପୁଲିସ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିବା ସମୁଦାୟ ୮୮ କିଲୋ ୬୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ମତାମତ ଦିଅନ୍ତୁ ।